କଟକ(ଆମ ଟିଭି): ଦେଶରେ କଂଗ୍ରେସର ପରବର୍ତ୍ତୀ ସଭାପତି ବାଛିବା ପାଇଁ ଭୋଟିଂ ହେଉଛି। କଂଗ୍ରେସର ପ୍ରାୟ ୯ ହଜାର ପଦାଧିକାରୀ ଦଳର ଏହି ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପରବର୍ତ୍ତୀ ଅଧ୍ୟକ୍ଷ ବାଛୁଛନ୍ତି। ସଭାପତି ପଦ ପାଇଁ ଗୋଟିଏ ପଟେ ମଲ୍ଲିକାର୍ଜୁନ ଖାଡଗେ ଥିବା ବେଳେ ଅନ୍ୟପଟେ ଶଶି ଥରୁର ରହିଛନ୍ତି। ସଂପୂର୍ଣ୍ଣ ନିରପେକ୍ଷ ଓ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରିବା ପାଇଁ ପ୍ରତି ରାଜ୍ୟରେ ଦଳ ପକ୍ଷରୁ ବୁଥ କରାଯାଇଛି।
କିନ୍ତୁ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ମୋକିମ ଏଥିରୁ ନିଜକୁ ଦୂରେଇ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ସସପେନ୍ସ ଦେଖାଦେଇଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ସ୍ପଷ୍ଟ ହୋଇନି।