ଅଣନିଶ୍ୱାସୀ ଦିଲ୍ଲୀବାସୀ: ବଢୁଛି ବାୟୁ ପ୍ରଦୂଷଣ

0

ନୂଆଦିଲ୍ଲୀ (ଆମ ଟିଭି): ଅଣନିଶ୍ୱାସୀ ଦିଲ୍ଲୀ: ଲଠି ନିଶ୍ୱାସ ନେବା ବି କଷ୍ଟ । ଏଭଳି ସ୍ଥିତି ଏବେ ରାଜଧାନୀ ଦିଲ୍ଲୀରେ । ରାଜଧାନୀ ନୂଆଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦ୍ୟୁଷଣ । ଧୀରେ ଧୀରେ ଦିନକୁ ଦିନ ବାୟୁ ପ୍ରଦ୍ୟୁଷଣ ବଢ଼ିବାରେ ଲାଗିଛି । ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣରେ ସୁଧାର ଦେଖିବାକୁ ମିଳିଥିବା ବେଳେ, ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣ ବଢ଼ିବାରେ ଲାଗିଛି । ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ ୩୯୦ ରହିଥିଲା । ଏହା ଛଡ଼ା ଦିଲ୍ଲୀ ଦିଲ୍ଲୀର ଆନନ୍ଦ ବିହାର ସମେତ ୧୬ଟି ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍ କରିଛି ।

କେନ୍ଦ୍ରୀୟ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଶାଦିପୁରରେ ୪୩୫, ଦ୍ୱାରକା ଏନଏସଆଇଟିରେ ୪୨୮, ଡିଟିୟୁରେ ୪୨୧, ପଞ୍ଜାବୀବାଗରେ ୪୧୮, ନେହେରୁ ନଗରରେ ୪୦୪, ପଟପଡ଼ଗଞ୍ଜରେ ୪୦୧, ଅଶୋକ ବିହାରରେ ୪୨୨, ସୋନିଆ ବିହାରରେ ୪୧୨, ଜାହାଙ୍ଗିରପୁରରେ ୪୩୦, ରୋହିଣୀରେ ୪୦୯, ବିବେକ ବିହାରରେ ୪୩୦, ନରେଲାରେ ୪୨୬, ବଜିୟପୁରରେ ୪୩୦, ବଓ୍ୱାନାରେ ୪୧୬ ଓ ମୁଣ୍ଡକାରେ ଏକ୍ୟୁଆଇ ୪୧୨ ଥିବା ସୂଚନା ଦିଆଯାଇଛି ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଦିୱାଲୀ ସମୟରେ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେତୁ ଉତ୍ତର ପୂର୍ବର ଅନେକ ରାଜ୍ୟରେ ବର୍ଷା ଓ ପ୍ରବଳ ପବନ ହୋଇଥିଲା। ଏଥି ସହିତ ବାଂଲାଦେଶ ଉପକୂଳରେ ସାଇକ୍ଲୋଥନ୍ ସିତ୍ରାଙ୍ଗ ପ୍ରଭାବ ଭାରତ ସୀମା ନିକଟରେ ଥିବା ଦିଲ୍ଲୀକୁ ପ୍ରଦୂଷଣରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

Leave A Reply

Your email address will not be published.