କ୍ରିମିଆ ଉପରେ ଡ୍ରୋନ ମାଡ଼, ଋଷ କହିଲା ବ୍ରିଟେନ ସାମିଲ
ମସ୍କୋ: ୟୁକ୍ରେନ୍ ଓ ରୁଷ ମଧ୍ୟରେ ଗତ ଆଠ ମାସରୁ ଅଧିକ ସମୟ ହେଲା ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ହମ୍ଲା ଜାରି ରହିଛି। ଏହାରି ଭିତରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି। କ୍ରିମିଆ ଉପରେ ଡ୍ରୋନ୍ ଆକ୍ରମଣକୁ ନେଇ ବଡ ଅଭିଯୋଗ ଆଣିଛି ରୁଷ। ଏହି ଆକ୍ରମଣରେ ବ୍ରିଟେନ୍ ସାମିଲ ଥିବା ନେଇ ରୁଷ ଅଭିଯୋଗ କରିଛି।
ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି ଯେ, ବ୍ରିଟେନ୍ର ବିଶେଷଜ୍ଞମାନଙ୍କ ପ୍ରଶିକ୍ଷଣ ଓ ନୀରିକ୍ଷଣରେ ୟୁକ୍ରେନ୍ ଆକ୍ରମଣ କରିଥିଲା। କୃଷ୍ଣ ସାଗର ଯୁଦ୍ଧପୋତସମୂହ ଓ ସେଭାସ୍ତୋପୋଲ୍ ଘାଟିର ବାହ୍ୟ ଓ ଅଭ୍ୟନ୍ତର ମାର୍ଗରେ ଥିବା ବେସାମରିକ ଜାହାଜଗୁଡ଼ିକ ଉପରେ କିଭ୍ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ମାନବରହିତ ଏରିଏଲ୍ ହ୍ୱେଇକିଲ୍ ଓ ୭ଟି ସାମୁଦ୍ରିକ ଡ୍ରୋନ୍ ସାମିଲ ହୋଇଥିଲା।