ସୁସ୍ମିତାଙ୍କ ନୂଆ ଗୀତ ମହ୍ଲାର

0

ସୁସ୍ମିତା ଦାସଙ୍କ କଣ୍ଠ ଓ ସୂର୍ଯ୍ୟମୟୀଙ୍କ ନୃତ୍ୟର ଯୁଗଳବନ୍ଦୀରେ ଦର୍ଶକ ଦେଖିଥିଲେ ମ୍ୟୁଜିକ ଭିଡ଼ିଓ ଆୟଗିରି ନନ୍ଦିନୀ । ମହିଳା ଦିବସ ଉପଲକ୍ଷେ ୟୁଟ୍ୟୁବ ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଏହି ଗୀତକୁ ମିଳିଛି ଦର୍ଶକୀୟ ଅଦୃତି । ଠିକ୍ ସେମିତି ଆଉ ଏକ ମ୍ୟୁଜିକ ଭିଡ଼ିଓ ଏବେ ଚର୍ଚ୍ଚାରେ । ଗୀତର ଟାଇଟଲ ରହିଛି “ମହ୍ଲାର” | ଗୋଟିଏ ପରେ ଗୋଟିଏ ସୁପର ହିଟ୍ ଭେଟି ଦେଇଚାଲିଥିବା ମ୍ୟୁଜିକାଲ୍ ଯୋଡି ଦେବ ମେହେର ଏବଂ ସୁସ୍ମିତା ଦାସଙ୍କ ବହୁ ପ୍ରତିକ୍ଷିତ ମ୍ୟୁଜିକ ଭିଡ଼ିଓ “ମହ୍ଲାର” | ମୌସୁମୀର ରିମ୍ ଝିମ ବର୍ଷାକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି “ମହ୍ଲାର” | ଚଳିତ ମାସ ୩ ତାରିଖରେ ରିଲିଜ୍ ହୋଇଛି ଏହି ଭିଡ଼ିଓ । ଯେଉଁଥିରେ ଦେଖିବାକୁ ମିଳିଛି ଓଡ଼ିଶାର ପରମ୍ପରା ଏବଂ ସଂସ୍କୃତିର ଝଲକ ।

ସବୁବେଳେ କିଛି ଭିନ୍ନ ବିଷୟବସ୍ତୁକୁ ନେଇ ଚିନ୍ତା କରୁଥିବା ଗାୟିକା ସୁସ୍ମିତା ଦାସ ଏହି ଗୀତଟିକୁ ହିନ୍ଦୀ ଭାଷାରେ ଗାଇଛନ୍ତି | ଗୀତଟି ୟୁଟ୍ୟୁବରେ ଲଞ୍ଚ ହେବାପରେ ସମାଜର ସମସ୍ତ ବର୍ଗର ସ୍ରୋତାଙ୍କ ମନକୁ ଛୁଇଁ ପାରିଛି ଏବଂ ଅନେକ ପ୍ରଶଂସା ମଧ୍ୟ ସାଉଁଟୁଛି | ଶବ୍ଦ ସଂଯୋଜନା, ସୁମଧୁର ସଂଗୀତ ଏବଂ “ରାଗ ଦେଶ” ର ସୁନ୍ଦର ମିଶ୍ରଣ ସାଙ୍ଗକୁ ବର୍ଷାର ଅନୁଭୂତି ପୂର୍ଣ୍ଣ ସୁସ୍ମିତାଙ୍କ କଣ୍ଠ ଗୀତଟିକୁ ଅଧିକ ସୁମଧୁର କରିଦେଇଛି | ଗୀତଟିକୁ ସୋମେଶ ଶତପଥି ରଚନା କରିଥିବାବେଳେ ମ୍ୟୁଜିକ ଭିଡିଓର ନିର୍ଦେଶନା ଦେଇଛନ୍ତି ଦେବ ମେହେର | ଆଉ ଅଭିନୟ ସାଙ୍ଗକୁ ନୃତ୍ୟରେ ସଜାଇଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଏବଂ ରିସନ ସାମନ୍ତ ।

Leave A Reply

Your email address will not be published.