ଋଷ ସୈନ୍ୟଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ ପୁଟିନ୍: ଜାଣନ୍ତୁ କାହିଁକି?

0

ମସ୍କୋ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ରକ୍ତମୁଖା ରୁଷ ରାଷ୍ଟ୍ରପତି । ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ ରୂପ । ଯୁଦ୍ଧରେ ଯେଉଁ ରୁଷ ସୈନ୍ୟ ପଛଘୁଂଚା ଦେଉଛନ୍ତି ତାଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏପରି ଦାବି କରିଛି ।

ଶୁକ୍ରବାର ଦିନ ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଏକ ଗୁଇନ୍ଦା ଏଜେନ୍ସି ର ଅପଡେଟକୁ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଏହି ଟୁଇଟରେ ଦର୍ଶାଯାଇଛି ଯେ ରୁଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରୁ ପଛକୁ ଫେରି ଆସିଥିବା ସୈନିକମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନ ଦାବି କରିଛି ଯେ ରୁଷ ଏଥିପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି ।

Leave A Reply

Your email address will not be published.