ଓୱେସିଙ୍କ ଉପରକୁ ପଥର ମାଡ଼

0

ଅହମ୍ମଦାବାଦ: ଟ୍ରେନରେ ଯିବାବେଳେ ଓୱେସିଙ୍କ ଉପରକୁ ପଥରମାଡ ହୋଇନାହିଁ | ଗୁଜୁରାଟ ରେଳବାଇର ଜନସମ୍ପର୍କ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ବନ୍ଦେ ଭାରତ ଟ୍ରେନରେ ସେ ଯିବାବେଳେ କେହି ପଥର ଫିଙ୍ଗିନଥିଲେ | ତେବେ ପଥର ଫିଙ୍ଗା ଘଟଣା ସତ ନୁହେଁ, ରେଳଧାରଣାରୁ ପଥର ଖଣ୍ଡ ଛିଟିକି ବାଜିଯାଇଥାଇପାରେ ବୋଲି କହିଛନ୍ତି | ବାସ୍ତବରେ ଏଆଇଏମ୍ଆଇଏମ୍ ନେତା ୱାରିସ୍ ପଠାନ୍ କିଛି ଦିନ ତଳେ ଦାବି କରିଥିଲେ ଯେ ଆସାଦୁଦ୍ଦିନ ଓୱେସି ଅହମ୍ମଦାବାଦରୁ ସୁରଟକୁ ବନ୍ଦେ ଭାରତ ଟ୍ରେନ୍ ଯୋଗେ ଯାଉଥିଲେ । ଏହି ଟ୍ରେନ୍ ସୁରଟ ପହଂଚିବାର ପ୍ରାୟ ୨୦-୨୫ କିଲୋମିଟର ପୂର୍ବରୁ ଆକ୍ରମଣ କରାଯାଇଥିଲା।

ବିଧାନସଭା ନିର୍ବାଚନ ପାଇଁ ଓୱେସି ଗୁଜୁରାଟ ଗସ୍ତରେ ଥିଲେ। ଏହି ସମୟରେ ଏଆଇଏମ୍ଆଇଏମ୍ ମୁଖପାତ୍ର ୱାରିସ୍ ପଠାନ୍ ଦାବି କରିଥିଲେ ଯେ ଆସାଦୁଦ୍ଦିନ ଓୱେସି ଯେଉଁ ଟ୍ରେନରେ ଯାଉଥିଲେ ସେହି ଟ୍ରେନ୍ ଉପରେ ଆକ୍ରମଣ କରାଯାଇଥିଲା। ପଠାନ ଦାବି କରିଥିଲେ ଯେ ଓୱେସି ଯାତ୍ରା କରୁଥିବା ବର୍ଥର ଝରକା ପଥର ଫିଙ୍ଗିବା ଦ୍ୱାରା ଭାଙ୍ଗି ଯାଇଥିଲା । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମୋଦୀ ଜୀ, ତୁମେ ପଥର ବର୍ଷା କିମ୍ବା ନିଆଁ ବର୍ଷା କରିପାର, କିନ୍ତୁ ଅଧିକାରର ସ୍ୱର ବନ୍ଦ ହେବନାହିଁ | ତେବେ ଗୁଜୁରାଟ ରେଳବାଇ ଜନସମ୍ପର୍କ ଅଧିକାରୀ ମଧ୍ୟ ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ଏହି ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି |

Leave A Reply

Your email address will not be published.