ବଦଳାଇଦେବୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାଁ: କଂଗ୍ରେସ

0

ଅହମଦାବାଦ (ଆମ ଟିଭି): ଗୁଜୁରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ଦଳ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ଭିତରେ କଂଗ୍ରେସ ଏବ ବଡ଼ ବୟାନ ଦେଇଛି । କଂଗ୍ରେସ ଯଦି ଗୁଜରାଟ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିବ, ତା’ହେଲେ ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳିବ। ନରେନ୍ଦ୍ର ମୋଦି ବଦଳରେ ଷ୍ଟାଡିୟମର ନାଁ ସର୍ଦ୍ଦାର ପଟେଲ ରଖାଯିବ ବୋଲି ଆଜି କଂଗ୍ରେସ ଜାରି କରିଥିବା ତା’ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଅହମଦାବାଦରେ ଥିବା ଏହି ଷ୍ଟାଡିୟମଟି ପ୍ରଥମେ ମୋଟେରା ଷ୍ଟାଡିୟମ ନାଁରେ ପରିଚିତ ଥିଲା। ତେବେ ନବୀକରଣ ପରେ ଏହି ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦି ଷ୍ଟାଡିୟମ ରଖାଯାଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ। କିନ୍ତୁ କଂଗ୍ରେସ ଏହାର ନାମକରଣକୁ ବିରୋଧ କରିଛି। ଏଥିସହ କ୍ଷମତାକୁ ଆସିଲେ ଷ୍ଟାଡିୟମର ନାଁ ବଦଳିବ ବୋଲି କହିଛି।

ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରି କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, “ଯଦି କଂଗ୍ରେସ ସରକାର ଗଠନ କରିବ, ତା’ହେଲେ ଦଳର ନିର୍ବାଚନୀ ଇସ୍ତାହାରକୁ ପ୍ରଥମ କ୍ୟାବିନେଟ ବୈଠକର ଦସ୍ତାବିଜ ଭାବେ ବ୍ୟବହାର କରିବ। ଏଥିରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ୟ୍ୟକାରୀ କରିବାକୁ କ୍ୟାବିନେଟରେ ମୋହର ଲଗାଯିବ।”ଇୟଗ୍ଦ ଭଚ୍ଚ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳିବା ସହ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି। ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ରହୁଥିବା ସବୁ ଗୁଜରାଟୀଙ୍କୁ ୧୦ ଲକ୍ଷ ଚାକିରି ଦେବ। ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ଓ ସିଙ୍ଗଲ ମହିଳା, ବିଧବା ଓ ବୃଦ୍ଧାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ମିଳିବ।

 

Leave A Reply

Your email address will not be published.