କୋଲକାତା (ଆମ ଟିଭି): ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କୁ ଅପମାନ । କ୍ଷମା ମାଗିଲେ ମମତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତ୍ରୁଣମୂଳ କଂଗ୍ରେସ ନେତା ଅଖିଲ ଗିରିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଜୋର ଧରିଥିବା ବେଳେ ଆଜି ମମତା ମୁହଁ ଖୋଲିଛନ୍ତି। ମମତା କହିଛନ୍ତି ଯେ, ଅଖିଲ ଗିରିଙ୍କୁ ଏମିତି ତାତ୍ସଲ୍ୟ କରିବା ଉଚିତ୍ ନଥିଲା। ମମତା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ମୋ ଦଳ ଆଗରୁ ଭୁଲ ମାଗି ସାରିଛି।
ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ ବୋଲି ମମତା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ଭଳି ମନ୍ତବ୍ୟ ଦେବା ଅନୁଚିତ କହି ଦଳଗୁଡ଼ିକ ସମାଲୋଚନା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଳଙ୍କୁ କ୍ୟାବିନେଟରୁ ବାହାର କରନ୍ତୁ ବୋଲି ଦାବି ହୋଇଥିଲା। ଅଖିଳଙ୍କ ମନ୍ତବ୍ୟ ଟିଏମ୍ସିର ଆଦିବାସୀ ବିରୋଧୀ ମନୋଭାବକୁ ପ୍ରତିଫଳିତ କରୁଛି ବୋଲି ପଶ୍ଚିମବଙ୍ଗର ଶାସକ ଦଳକୁ ବିରୋଧୀ ଭାଜପା ଟାର୍ଗେଟ କରିଥିଲା।ଇୟଗ୍ଦ ଭଚ୍ଚଅଖିଲଙ୍କ ଗିରଫଦାରି ଏବଂ କ୍ୟାବିନେଟରୁ ବହିଷ୍କାର ଦାବିରେ ଭାଜପା ପକ୍ଷରୁ ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ। କାହା ଇଙ୍ଗିତରେ ମନ୍ତ୍ରୀ ଅଖିଳ ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଲେ ମମତା ସେନେଇ ସ୍ପଷ୍ଟୀକରଣ ଦିଅନ୍ତୁ।