ଭାରତରେ ପ୍ରଥମ କରି ନିର୍ମିତ ରକେଟ୍‌ ଉତ୍‌କ୍ଷେପଣ ସଫଳ

0

ଶ୍ରୀହରିକୋଟା: ଆଜି ଚେନ୍ନାଇଠାରୁ ୧୧୫ କିଲୋମିଟର୍‌ ଦୂରରେ ଥିବା ଶ୍ରୀହରିକୋଟା ସ୍ପେସ୍‌ପୋର୍ଟରୁ ଭାରତରେ ପ୍ରଥମ କରି ନିର୍ମିତ ଘରୋଇ ରକେଟ୍‌ ‘ବିକ୍ରମ୍‌-ଏସ୍‌’ର ଉତ୍‌କ୍ଷେପଣ ସଫଳ ହୋଇ ‘ଇସ୍ରୋ’ କହିଛି।ଟୁଇଟ୍‌ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଘୋଷଣା କରିଛି, ‘ମିସନ୍‌ ପ୍ରାରମ୍ଭ’ ସଫଳତାର ସହିତ ସମ୍ପନ୍ନ ହୋଇଛି।

ଏହି ସ୍ମରଣୀୟ ଉତ୍‌କ୍ଷେପଣ ଦେଖିବା ପାଇଁ ଶ୍ରୀହରିକୋଟାରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ରକେଟ୍‌ର ଉତ୍‌କ୍ଷେପଣ ହେଉଛି ଭାରତୀୟ ଷ୍ଟାର୍ଟଅପ୍‌ ପାଇଁ ନିର୍ଣ୍ଣାୟକ ପରିବର୍ତ୍ତନର ସମୟ।ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ଏବଂ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ସ୍ପେସ୍‌ ପ୍ରମୋସନ୍‌ ଆଣ୍ଡ୍‌ ଅଥରାଇଜେସନ୍‌ ସେଣ୍ଟର୍‌’ ସହଯୋଗରେ ହାଇଦ୍ରାବାଦସ୍ଥିତ ଷ୍ଟାର୍ଟଅପ୍‌ ‘ସ୍କାଏରୁଟ୍‌ ଏରୋସ୍ପେସ୍‌’ ‘ପ୍ରାରମ୍ଭ ମିସନ୍’ ଏବଂ ‘ବିକ୍ରମ-ଏସ୍‌’ ରକେଟ୍‌ ବିକଶିତ କରିଥିଲା।

Leave A Reply

Your email address will not be published.