ଚଳନ୍ତା ଟ୍ରେନରୁ ଯବାନଙ୍କୁ ଠେଲି ଟିଟି, ଜାଣନ୍ତୁ କାହିଁକି

0

ଲକ୍ଷ୍ନୌ: ଚଳନ୍ତା ଟ୍ରେନ୍‌ରୁ ସେନାର ଜଣେ ଯବାନଙ୍କୁ ଟିଟିଇ ଠେଲି ଦେଲେ। ଫଳରେ ତାଙ୍କ ଗୋଡ଼ କଟିଯାଇଛି। ଦିବ୍ରୁଗଡ଼-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଗତକାଲି ଏହି ଘଟଣା ଘଟିଛି। ଟିକେଟକୁ ନେଇ ଯୁକ୍ତିତର୍କ ହେବାରୁ ଟିଟିଇ ସମ୍ପୃକ୍ତ ଯବାନଙ୍କୁ ଠେଲି ଦେଇଥିଲେ। ଯବାନ ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଯବାନ ଜଣକ ତାଙ୍କ ଗୋଡ଼ ହରାଇଛନ୍ତି। ସେ ହେଉଛନ୍ତି ସୋନୁ। ବରେଲି ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ତାଙ୍କୁ ଠେଲି ଦିଆଯାଇଥିବା ସୋନୁ ଅଭିଯୋଗ କରିଛନ୍ତି ।

ଚଳନ୍ତା ଟ୍ରେନରୁ ଠେଲିଥିବା ଟିଟିଇ ସୁପାନ୍ ବୋରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଉତ୍ତର ରେଳ ଅଧୀନରେ ଥିବା ମୋରଦାବାଦ ଡିଭିଜନର ସିନିୟର ଫାଇନାନ୍ସ ମ୍ୟାନେଜର ସୁଧୀର ସିଂ କହିଛନ୍ତି ଯେ, ଆମେ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛୁ । ରେଳ ଅଧିକାରୀଙ୍କ ଅନୁଯାୟୀ, ଟିକେଟକୁ ନେଇ ଟିଟିଇ ଏବଂ ସୋନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ କ୍ରୋଧିତ ହୋଇ ଟିଟିଇ ସୁନୋଙ୍କୁ ଟ୍ରେନ୍ ତଳାକୁ ଠେଲିଦେଇଥିଲେ। ଜଣେ ଅଧିକାରୀ କହିଛନ୍ତି, “ତାଙ୍କୁ ତୁରନ୍ତ ସେନା ହସପିଟାଲ ନିଆଯାଇଥିଲା।

Leave A Reply

Your email address will not be published.