27ru ତୁ ସେଇ ନୀଳନୟନାର ସୁଟିଂ
ଭୁବନେଶ୍ବର, ୧୭।୧୦ (ବ୍ୟୁରୋ ):ମୁନ ଟିଭି ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳାନୟନା’ର ସୁଟିଂ ଆସନ୍ତା 27 ତାରିଖରୁ ଆରମ୍ଭ ହେବ l ଏନେଇ ଏକ ହୋଟେଲଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି l ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ l ନିର୍ଦେଶନା ଦେଇଛନ୍ତି ତ୍ରିପତି ସାହୁ l ପ୍ରେମଆନନ୍ଦ ସଂଗୀତ ନିର୍ଦେଶନା ଦେଇଥିବାବେଳେ ସଂଳାପ ଲେଖିଛନ୍ତି ଡ଼. ରଜନୀ ରଞ୍ଜନ l ଚଳଚ୍ଚିତ୍ରର ମୁଖ୍ୟ ତଥା ନାୟକ ଓ ନାୟିକାଭାବେ ସମ୍ବିତ ଓ ଲିପିକା ଅଭିନୟ କରିଛନ୍ତି l
ସେହିପରି ‘ଲଭ ଇମପସିବୁଲ’ ନୂଆ ଚଳଚ୍ଚିତ୍ରର ନାଁ ଘୋଷଣା କରାଯାଇଥିଲା l ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ନବଗତ ରୋହନ ଓ ପୁନମ l ନିର୍ଦେଶନା ଭାର ଗ୍ରହଣ କରିଛନ୍ତି ତ୍ରିପତି ସାହୁ l ତେବେ ଚରିତ୍ର ନିର୍ଦେଶନା(କାଷ୍ଟିଂ ଡାଇରେକ୍ଟର) ଭାର ମୁନା ନେଇଥିବା ବେଳେ କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ପରିଚାଳନାରେ ଅଛନ୍ତି l