କିମ୍ ଜଙ୍ଗ ଉନଙ୍କ ଝିଅକୁ ପ୍ରଥମ ଥର ପାଇଁ ଦେଖିଲା ସାରା ବିଶ୍ୱ

0

ନୂଆଦିଲ୍ଲୀ (ଆମ ଟିଭି): ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ସବୁବେଳେ କିଛି ନା କିଛି କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏଥର କିନ୍ତୁ ସେ ନୁହେଁ ତାଙ୍କ ଝିଅକୁ ନେଇ ଚର୍ଚ୍ଚା । ସାରା ବିଶ୍ୱ ଦେଖିଲା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ପ୍ରଥମଥର ପାଇଁ ନିଜ ଝିଅର ଚେହେରା । କିଛି ଫଟୋ ଦ୍ୱାରା କିମ ଜଙ୍ଗ ଉନଙ୍କ ଝିଅଙ୍କୁ ସମସ୍ତେ ଦେଖିବାକୁ ପାଇଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ କିମ ଜଙ୍ଗ ଉନ ଝିଅର ହାତରେ ହାତ ରଖି ଚାଲୁଛନ୍ତି। ଉଭୟ ଦେଶର ସର୍ବବୃହତ୍ତ ବଲାଷ୍ଟିକ ମିଜାଇଲ୍ ପରୀକ୍ଷଣର ତଦାରଖ କରୁଥିବା ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି।

ଶୁକ୍ରବାର ଉତ୍ତର କୋରିଆ ହୱାସଙ୍ଗ-୧୯ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ(ଆଇସିବିଏମ) ପରୀକ୍ଷଣ କରିଥିଲା। ଏହାର ପରୀକ୍ଷଣ ସ୍ଥଳକୁ କିମ ନିଜ ଝିଅ ସହ ଆସିଥିଲେ। ପୂର୍ବରୁ କିମଙ୍କ ଝିଅଙ୍କ ମୁହଁ କେହି ବି ସର୍ବସାଧାରଣରେ ଦେଖି ନଥିଲେ। ହେଲେ ମିସାଇଲ ପରୀକ୍ଷଣ ବେଳେ ସେ ବାପାଙ୍କ ସହ ସାମ୍ନାକୁ ଆସିଛନ୍ତି। ସ୍ଥାନୀୟ ଗଣମାଧ୍ୟମ କିମଙ୍କ ଝିଅ ନାଁ ସାର୍ବଜନୀନ କରିନି। କିନ୍ତୁ ଫଟୋକୁ ପବ୍ଲିଶ କରିଛି। ସେ ଗୋଟିଏ ଧଳା ରଙ୍ଗ କୋଟ ପରିଧାନ କରି ବାପା(କିମ ଜଙ୍ଗ ଉନ)ଙ୍କ ହାତରେ ହାତ ରଖି ଚାଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ ଉଭୟ ମିସାଇଲ ଟେଷ୍ଟ କେନ୍ଦ୍ରରେ ଚାଲିଚାଲି ଯାଉଥିବା ବେଳେ ଆଉ ଗୋଟିଏ
ଇୟଗ୍ଦ ଭଚ୍ଚ

Leave A Reply

Your email address will not be published.