କାହିଁକି ଏମିତି ଆମାଜନ୍’ର ସଂସ୍ଥାପକ
ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍ସ୍ଗିଭିଙ୍ଗ୍ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ କରିବାକୁ ‘ଆମାଜନ୍’ର ସଂସ୍ଥାପକ ତଥା ଖ୍ୟାତନାମା ଜେଫ୍ ବେଜୋସ୍ ଗ୍ରାହକ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସତର୍କ କରାଇ ଦେଇଛନ୍ତି।
‘ସିଏନ୍ଏନ୍’ ସହିତ ସାକ୍ଷାତ୍କାର ବେଳେ ସେ କହିଛନ୍ତି, ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇ ଯାଇଥିବାରୁ ଆଗାମୀ ମାସମାନଙ୍କରେ ଅନାବଶ୍ୟ ଖର୍ଚ୍ଚ ନ କରି ଗ୍ରାହକମାନେ ଟଙ୍କାପଇସା ସଞ୍ଚୟ କରି ରଖନ୍ତୁ। ବିଶେଷକରି, ନୂଆ କାର୍ ଏବଂ ଟିଭି ନ କିଣବା ଲାଗି ସେ ଆମେରିକୀୟ ପରିବାରମାନଙ୍କୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ସାମାନ୍ୟ ସତର୍କତା ଆମକୁ ବଡ଼ ବଡ଼ ଆର୍ଥିକ ସମସ୍ୟାରୁ ବଞ୍ଚାଇବାରେ ସମର୍ଥ ହେବ। ଯଦି ଆପଣ ‘ବିଗ୍-ସ୍କ୍ରିନ୍ ଟିଭି’ ଖରିଦ କରିବା କଥା ବିଚାର କରୁଛନ୍ତି, ନ କିଣି ରହି ଯାଆନ୍ତୁ। ଟଙ୍କା ରଖି ଦେଖନ୍ତୁ ଆଗକୁ କ’ଣ ହେଉଛି। ନୂଆ ଯାନବାହନ, ରେଫ୍ରିଜେରେଟର୍ ଏବଂ ସେ ଧରଣ ସାମଗ୍ରୀ ଖରିଦ କ୍ଷେତ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।