ଶ୍ରୀମନ୍ଦିର ଗର୍ଭଗୃହରେ ଫଟୋ ଭାଇରାଲ

0

ପୁରୀ :ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣାରେ ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି।

ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି। ଅବକାଶ ନୀତି ସମୟରେ ଏହି ଫଟୋ ନିଆଯାଇଛି।

ଆକାଶ ଚୌଧୁରୀ ଫେସ୍‌ବୁକ୍‌ରେ ଏହି ଫଟୋ ପୋଷ୍ଟ କରି ଲେଖିଥିଲେ, ବେଙ୍ଗଲିରେ ଆମାର ଜୀବନେର୍ ଆଜକେର୍ ଏହି ମୁହୂର୍ତ୍ତଟି କୋନଦିନ ଭୁଲବ୍ ନା। ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ହେଲା। ଏହାର ଅର୍ଥ- ମୋ ଜୀବନର ଆଜିର ଏହି ମୁହୂର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି।

Leave A Reply

Your email address will not be published.