ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ଚର୍ଚ୍ଚା ଅର୍ଚ୍ଚନା ନାଗ ମାମଲାକୁ ନେଇ । ଏହାରି ଭିତରେ ଆଉ ଏକ ବଡ଼ ଖବର ଇଡି ହାତରେ ଲାଗିଛି । ଦିନ ଯେତିକି ଗଡ଼ୁଛି, ନୂଆ ନୂଆ ତଥ୍ୟ ସେତେ ସାମ୍ନାକୁ ଆସୁଛି । ଏହାରି ଭିତରେ ଆଗି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଆଜି ଇଡରେ ହାଜର ପାଇଁ ଇଡି ପକ୍ଷରୁ ସମନ କରାଯାଇଥିଲା । ଆଜି ପୁଣି ଇଡିରେ ହାଜର ହେବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ଅକ୍ଷୟ ପରିଜାଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ଅଫିସରୁ ବାହାରିବା ପରେ ଅକ୍ଷୟ ପରିଜା କହିଥିଲେ, ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ରହିଛି, ଆଇନ ତା ବାଟରେ ଯିବ । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି ସେ ଆଶା ରଖିଥିବା କହିଛନ୍ତି । ଏହା ସହ ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମୁହାଁମୁହିଁ ଜେରା କରିପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ।
ଅର୍ଚ୍ଚନା ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳିକୁ ପଠାଇଥିଲେ । ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ଉଠାଇବାକୁ କହିଥିଲେ । ପରେ ଅର୍ଚ୍ଚନା ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଏବେ ମୁହାଁମୁହିଁ ଜେରା ହେଲେ ଅନେକ ଗୁମର ପଦାକୁ ଆସିବ । ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ହେଉଛନ୍ତି ସେହି ଯୁବତୀ ଯାହାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ବାନ୍ଧିଥିଲା ପୋଲିସ ।