ଭୁବନେଶ୍ୱର (ଆମ ଟିଭି): ଦ୍ୱିତୀୟ ଦିନରେ ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୨। ଆଜି କନକ୍ଲେଭ୍ରେ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଖୁବଶୀଘ୍ର ଓଡିଶା ପହଞ୍ଚିବ ଟ୍ରିଲିୟନ ଡଲାର ଅର୍ଥନୀତିରେ । ସବୁଠାରୁ ଭଲ ଭିତ୍ତିଭୂମି ଯୋଗାଇ ଦେବାକୁ ପ୍ରତିଶୃତି । ଆପଣମାନେ ଆସନ୍ତୁ । ଏହି ଦୁଇ ଦଶନ୍ଧିରେ ରାଜ୍ୟର ଚାଷୀ ଭାର ଆୟକୁ ଦ୍ୱିଗୁଣିତ କରିଛୁ । ୫୦ ପ୍ରତିଶତ ଗରିବୀ କମିଛି ।
ସେହିପରି ଅନ୍ୟପଟେ ଓଡିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ। ରାଜଧାନୀରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ଷ୍ଟିଲ୍ ଏବଂ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଏହା ପୂର୍ବରୁ ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନି । ସେଥିରୁ ୩୦ ହଜାର କୋଟିର ନିବେଶ ହୋଇସାରିଥିବା କହିଛି କମ୍ପାନୀ ।