ଔଷଧ ଖାଇବାକୁ ମନେପକାଇଦେବ ନୂଆ ଆପ ‘ନିମାଇ’

0

ଭୁବନେଶ୍ୱର,1l12(ନି. ପ୍ର):ଚିକିତ୍ସା କ୍ଷେତ୍ରରେ ଆଉ ଏକ ନିଆରା ପଦକ୍ଷେପ l ମଧୁମେହ ଆକ୍ରାନ୍ତ କିମ୍ବା ଅନ୍ୟାନ୍ୟ ସାଧାରଣ ରୋଗୀଙ୍କୁ ଏଣିକି ଆପ କରି ବ ସଚେତନ l ଏଭଳି ଏକ ଆପ ‘ନିମାଇ’ ପ୍ରସ୍ତୁତ ହୋଇଛି l ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ l ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା ଆଲୋକ କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡା. ଆଲୋକ କାନୁନଗୋ l ନିୟମିତଭାବେ ନିର୍ଦ୍ଧାରିତ ସମୟରେ ଔଷଧ ସେବନ କରିବାକୁ ଏହି ଆପ ସହାୟତା କରିବ ବା ମନେପକାଇ ଦବ l ଏକ ସମୟରେ 1000 ରୋଗୀଙ୍କୁ ତଦାରଖ କରିବାରେ ସହାୟତା କରିବ l ଏହି ଆପ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରୋତ୍ସାହନ କରୁଥିବା ତଥା ମୁଖ୍ୟ ପ୍ରଶିକ୍ଷକ ଓ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରୁଥିବା ପ୍ରଫେସର ଡା. ନିମାନନ୍ଦ ରାୟଙ୍କୁ ଉତ୍ସର୍ଗୀକୃତ କରାଯାଇଛି ବୋଲି ଡା ଆଲୋକ କାନୁନଗୋ କହିଛନ୍ତି l

Leave A Reply

Your email address will not be published.