କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ

0

ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ l ଏହି ସୁବିଧାକୁ ପ୍ରେସ କ୍ଲବଠାରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର l ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ପାଇପାରିବେ l ଅନ୍ୟପକ୍ଷରେ ଏହା ବୈଷୟିକର ନୂଆଯୁଗ ଆରମ୍ଭ ହେଲା ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ l
ଏସଏସ କେବୁଲସର ପ୍ରତିଷ୍ଠାତା ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଦାସ, ମୁଖ୍ୟ ପରିଚାଳକ ପଙ୍କଜ ଦତ୍ତ ଯୋଗଦେଇ ଅନ୍ୟ ଅପରେଟର ମାନଙ୍କ ଠାରୁ ଶସ୍ତା, ସୁନ୍ଦର ଓ ଅଧିକ ସେବା ଏହି କେବୁଲରେ ପାଇପାରିବେ ବୋଲି ମତ ଦେଇଥିଲେ l ଉତ୍ସବରେ ଓଡ଼ିଶାର ଏଲ୍ ସି ଓ ଯୋଗ ଦେଇ ସେମାନେ କେବୁଲ ନେଟୱାର୍କରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏସଏସ କେବୁଲନେଟ ଓ ଏନଏସଟି ଡିଜିଟାଲ ସମାଧାନ କରିବା ସହ ଉପଯୁକ୍ତ ସେବା ଦେବା ବୋଲି ଆଶା ପ୍ରକଟ କରିଥିଲେ l ଏହି ଅବସରରେ ସମସ୍ତ ଏଲ୍ ଏସି ଓ ଙ୍କୁ ସମ୍ନାନିତ କରିଥିଲେ l

Leave A Reply

Your email address will not be published.