ପୁଣି ଆମେରିକାକୁ ଟାର୍ଗେଟ କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ

0

ମସ୍କୋ: ଶତ୍ରୁକୁ ଶକ୍ତିହୀନ କରିବା ଲାଗି ‘ଅଚାନକ ଆକ୍ରମଣ’ ନୀତି ପ୍ରବର୍ତ୍ତନ କରିବା ଲାଗି ରୁଷ୍‌ ତା’ର ସାମରିକ ସିଦ୍ଧାନ୍ତରେ ସଂଶୋଧନ କରିପାରେ ବୋଲି ଶୁକ୍ରବାର ଦିନ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି।ଚଳିତ ସପ୍ତାହର ପ୍ରାରମ୍ଭରେ ଆଣବିକ ଅସ୍ତ୍ର ପ୍ରୟୋଗ ସମ୍ବନ୍ଧରେ ପୁଟିନ୍‌ ଦେଇଥିବା ବିବୃତି ଉପରେ ସ୍ପଷ୍ଟୀକରଣ ଦେବାକୁ ଜଣେ ସାମ୍ବାଦିକ ପଚାରିବାରୁ ସେ ଉପରୋକ୍ତ ଉତ୍ତର ଦେଇଛନ୍ତି।

ଆଣବିକ ଯୁଦ୍ଧ ବିପଦ ବଢୁଛି, କିନ୍ତୁ ରୁଷ୍‌ ପ୍ରଥମେ ଆଣବିକ ଆକ୍ରମଣ କରିବ ନାହିଁ ବୋଲି କିଛି ଦିନ ପୂର୍ବେ ସତର୍କ କରାଇଥିବା ପୁଟିନ୍‌ ସାମ୍ବାଦିକମାନଙ୍କୁ କହିଲେ, ୱାସିଂଟନ୍‌ର ‘ଅଚାନକ ଆକ୍ରମଣ’ ବା ‘ସତର୍କ ନ କରାଇ ଆକ୍ରମଣ କରିବା’ ନୀତି ଅବଲମ୍ବନ କରିବ କି, ନାହିଁ ମସ୍କୋ ବିଚାର କରୁଛି।

କିର୍‌ଗିଜ୍‌ସ୍ତାନରେ ସାମ୍ବାଦିକମାନଙ୍କୁ ପୁଟିନ୍‌ କହିଛନ୍ତି, ପ୍ରଥମତଃ, ଆମେରିକାର ‘ଅଚାନକ ଆକ୍ରମଣ’ ନୀତି ରହିଛି। ଦ୍ବିତୀୟତଃ, ଆମେରିକା ନିରସ୍ତ୍ରିକରଣ ଆକ୍ରମଣ ବ୍ୟବସ୍ଥା ବିକଶିତ କରୁଛି। ତେଣୁ, ନିଜ ସୁରକ୍ଷା ପାଇଁ ମସ୍କୋ ଆମେରିକାର ନୀତି ଗ୍ରହଣ କରିବା କଥା ଚିନ୍ତା କରିପାରେ। ଆମେ ଏବେ ସେ କଥା ଭାବୁଛୁ।

କିନ୍ତୁ, ସେ ଧରଣର ଆକ୍ରମଣ ଆମ ପ୍ରତି ଉଦ୍ଦିଷ୍ଟ ବୋଲି ହୃଦ୍‌ବୋଧ ନ ହେବା ପର୍ଯ୍ୟନ୍ତ ଆମେ ତାହା ଗୃହୀତ କରିବୁ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାର କ୍ରୁଜ୍‌ କ୍ଷେପଣାସ୍ତ୍ର ଓ ହାଇପର୍‌ସୋନିକ୍‌ ସିଷ୍ଟମ୍‌ ଅପେକ୍ଷା ରୁଷ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ଓ ହାଇପର୍‌ସୋନିକ୍‌ ସିଷ୍ଟମ୍‌ ଅତ୍ୟାଧୁନିକ ଓ ଅଧିକ ଦକ୍ଷତାସମ୍ପନ୍ନ।

Leave A Reply

Your email address will not be published.