ଭୁବନେଶ୍ୱର(ଆମ ଟିଭି): ଆଜି ପୂରଣ ହେବ ଖାଲି ପଡ଼ିଥିବା ପଦ୍ମପୁର ବିଧାୟକ ପଦ । ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ବିଧାୟକ ଭାବେ ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ ।
ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିବେ । ପଦ୍ମପୁର ଉପନିର୍ବାଚନରେ ବିରୋଧୀ ବିଜେପି ପ୍ରାର୍ଥୀଙ୍କଠାରୁ ୪୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବର୍ଷା । ଦିବଂଗତ ବିଧାୟକ ବିଜୟ ସିଂ ବରିହାଙ୍କ ଝିଅ ଏବଂ ବିଜେପି ନେତା ରମା ବଳିଆର ସିଂଙ୍କ ବୋହୂ ହେଉଛନ୍ତି ବର୍ଷା । ଆଜି ସେ ବାଚସ୍ପତି ପାଖରେ କବିଧାୟିକା ଭାବେ ଶପଥ ନେବେ ।