ଖୁବଶୀଘ୍ର ଶେଷ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ: ପୁଟିନ୍

0

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ମାସ ହେବ ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ ।ଗୋଟିଏ ପଟେ ମହାଶକ୍ତିଶାଳୀ ଋଷକୁ କଡା ଟକ୍କର ଦେଉଛି ୟୁକ୍ରେନ ଓ ଅନ୍ୟପଟେ ୟୁକ୍ରେନର ଶକ୍ତିବୃଦ୍ଧି କରିବାକୁ ଆଗେଇ ଆସିଛି ଆମେରିକା । ଏହାରି ମଧ୍ୟରେ ଗୁରୁବାର ଦିନ ଋଷ ତରଫରୁ ଅଭିଯୋଗ କରାଯାଇଛି କି, ଆମେରିକା ଓ ୟୁକ୍ରେନ ଉଭୟ ଋଷର ଭାବନାକୁ ବୁଝୁନାହାଁନ୍ତି । ଆହୁରି ଅଭିଯୋଗ ରହିଛି କି ଆମେରିକା ଋଷକୁ ଦୁର୍ବଳ କରିବାକୁ ୟୁକ୍ରେନକୁ ନିଜର ଯୁଦ୍ଧସ୍ଥଳୀ ଭାବେ ବ୍ୟବହାର କରୁଛି ।

ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ । ପୁଟିନ ଆହୁରି କହିଛନ୍ତି କି, ସମସ୍ତ ସଂଘର୍ଷର ସମାପ୍ତ ଆଲୋଚନା ମାଧ୍ୟମରେ ହୋଇପାରିବ । ଯେତେଶୀଘ୍ର ୟୁକ୍ରେନ ଏହା ବୁଝିଯିବ ସେତେଶୀଘ୍ର ଯୁଦ୍ଧର ପରିସମାପ୍ତି ଘଟିବ ।

Leave A Reply

Your email address will not be published.