ଜିଲ୍ଲା ପରିଷଦ ପାଇଁ ଏୟାର୍ ହୋଷ୍ଟେଙ୍କ ନାମାଙ୍କନ

0

ବାରିପଦା, ୨୨/୧ ଲୋକଙ୍କ ସେବା କରିବାର ଇଚ୍ଛା ନେଇ ରାଜନୀତି ମଇଦାନରେ ପାଦ ଥାପିଛନ୍ତି ଜଣେ ଏୟାର ହୋଷ୍ଟେସ୍ ଦିନେ ଆକାଶରେ ଉଡ଼ୁଥିବା ମୟୂରଭଞ୍ଜର ଝିଅ ଆଜି ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛନ୍ତି। ତେଣୁ ଚାକଚକ୍ୟ ଭରା ସୌଖିନ ଜୀବନ ଛାଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ର ବିଜୟଲକ୍ଷ୍ମୀ ମହାନ୍ତା। ଆଜି ବିଜୟଲକ୍ଷ୍ମୀ ୩୧ ନମ୍ବର ଜୋନ୍ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜୟଲକ୍ଷ୍ମୀ ପ୍ରଥମେ ଇଣ୍ଡିଗୋ ବିମାନ ସେବାର ଏୟାର୍ ହୋସ୍ ଭାବେ କାର୍ଯ୍ୟରତ ଥିଲେ ।

ଉଚ୍ଚ ଶିକ୍ଷିତ ହେଲେ ସୁଦ୍ଧା ଗ୍ରାମାଞ୍ଚଳ ଲୋକଙ୍କ ସେବା ପାଇଁ ନିଜର ସୌଖିନ ଚାକିରିକୁ ପଛରେ ପକାଇ ଜନ୍ମମାଟିକୁ ଫେରିଛନ୍ତି। ବିଜାତଳା ବ୍ଲକ୍ ମୟୂରଭଞ୍ଜ ଜିଲ୍ଲାର ଏକ ପଛୁଆ ଅଞ୍ଚଳ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜିଯାଏ ଏଠିକା ଲୋକେ ବହୁ ମୌଳିକ ସୁବିଧାରୁ ବଞ୍ଚିତ । ଗ୍ରାମଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ରାସ୍ତା ଭଳି ଅନେକ ସମସ୍ୟା ରହିଛି। ଓଡ଼ିଶାରେ ୨୫ ବର୍ଷ ଧରି ସରକାର କାର୍ଯ୍ୟ କରୁଛନ୍ତି। ହେଲେ ଲୋକେ ଯୋଜନାର ଲାଭ
ପାଉ ନାହାନ୍ତି ବୋଲି ବିଜୟଲକ୍ଷ୍ମୀ କହିଛନ୍ତି। ବିଜୟଲକ୍ଷ୍ମୀ ନାରୀ ସୁରକ୍ଷା ଓ ନାରୀ ଶିକ୍ଷାକୁ ପ୍ରାଥମିକତା ଦେଉଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ
ବିଜେପି ତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଟିକେଟ୍‌ ପ୍ରଦାନ କରିଛି।

ବିଜୟଲକ୍ଷ୍ମୀଙ୍କ ବୟସ ୨୮ବର୍ଷ ୨୦୧୩ ମସିହାରେ ସେ ରାଇରଙ୍ଗପୁର ଉପଖଣ୍ଡର
ପ୍ରଥମ ଝିଅ ଭାବେ ଏୟାର ହୋସ୍ ହୋଇପାରିଥିଲେ। ବିଜୟଲକ୍ଷ୍ମୀଙ୍କ । ବାପା ଜିତମୋହନ ମହାନ୍ତ ଜଣେ ଅବସରପ୍ରାପ୍ତ ଶିକ୍ଷକ ଆଉ ମା’ ଚୂଡ଼ାମଣି ଜଣେ ସୁଗୃହିଣୀ। ବିଜୟଲକ୍ଷ୍ମୀଙ୍କ ଜେଜେବାପା ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ଆଇନଜୀବୀ। ସେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଥିଲେ। ତାଙ୍କ ଭଉଣୀ ମଧ୍ୟ ସମିତି ସଭ୍ୟ ଅଛରି ବିଜୟଲକ୍ଷ୍ମୀ କିଛିଦିନ ହେବ ଅକ୍ଷୟ ପରିଜାଙ୍କ ପ୍ରଯୋଜନା ସଂସ୍ଥାରେ ରହି ଜଣେ ସହ-ପ୍ରଯୋଜକ ଭାବେ ଓଡ଼ିଆ
ଧାରାବାହିକରେ କାମ କରୁଛନ୍ତି।

Leave A Reply

Your email address will not be published.