୩୦ ଫୁଟ୍ ତଳକୁ ଖସିଲା ବିଜେପି ବିଧାୟକଙ୍କ କାର୍

0

ପୁନେ(ଆମ ଟିଭି): ୩୦ଫୁଟ ଘାଇକୁ ଖସିଲା ବିଜେପି ବିଧାୟକଙ୍କ କାର୍ । ଗତ ରାତିରେ ସାତାରା ଜିଲ୍ଲା ଫଲଟଣ ନିକଟରେ ଗୋଟାଏ ପୋଲ ଉପରୁ କାର୍ ଖସିପଡ଼ିବାରୁ ସେଥିରେ ଯାତ୍ରା କରୁଥିବା ମହାରାଷ୍ଟ୍ର ‘ବିଜେପି’ ବିଧାୟକ ଜୟକୁମାର ଗୋରେ ଆହତ ହୋଇଥିବା କଥା ପୁଲିସ କହିଛି। ଜୟକୁମାର ଗୋରେଙ୍କ ବ୍ୟତୀତ ତାଙ୍କ ଅଙ୍ଗରକ୍ଷୀ ଓ ଡ୍ରାଇଭର୍ଙ୍କ ସମେତ ଉକ୍ତ କାର୍ରେ ଯାଉଥିବା ଆଉ ୩ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା କଥା ପୁଲିସ କହିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ପାହାନ୍ତା ପୂର୍ବରୁ ଦୁର୍ଘଟଣା ଘଟିଛି। ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଲୋନନ୍ଦ-ଫଲଟଣ ରାସ୍ତାରେ ବୁଲି ପଡ଼ି ପୋଲ ଉପରୁ ପ୍ରାୟ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ବିଧାୟକ ଗୋରେ ଏବଂ ଆଉ ୩ଜଣ ଆହତ ହୋଇଛନ୍ତି। ଗୋରେଙ୍କୁ ପୁଣେସ୍ଥିତ ‘ରୁବି ହଲ୍ କ୍ଲିନିକ୍’ରେ ଭର୍ତ୍ତି କରାଯାଇଥିବା ବେଳେ ବାକି ଆହତ ବ୍ୟକ୍ତିମାନେ ଅନ୍ୟାନ୍ୟ ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.