ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି, ଜାଣନ୍ତୁ କିଏ ଏମିତି କହିଲେ

0

ମୁମ୍ବାଇ: ମୃତ୍ୟୁର ଅଢ଼େଇ ବର୍ଷ ପରେ ପୁଣି ଚର୍ଚ୍ଚରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଯାହାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହଟଚମଟ ସୃଷ୍ଟି ହୋଇଥିଲା, ଏବେ ପୁଣି ଆରମ୍ଭ ହୋଇଛି ବିତର୍କ। ଏହି ବତର୍କର ମୂଳରେ ରହିଛନ୍ତି ସୁଶାନ୍ତ ମୃତଦେହ ପୋଷ୍ଟମର୍ଟମ କରିଥିବା କର୍ମଚାରୀ। ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ।

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା, ସେ ନେଇ ଆଜି ବି ସସ୍‌ପେନ୍ସ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତ ପରେ ମୁମ୍ବାଇ ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା। ପରେ ସିବିଆଇ ହାତକୁ ଏହି ତଦନ୍ତ ଯାଇଥିଲା। ଏବେ କିନ୍ତୁ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। ଏଭଳି କିଛି ଦାବି କରିଛନ୍ତି ସୁଶାନ୍ତଙ୍କ ବ୍ୟବଚ୍ଛେଦରେ ସାମିଲ ହୋଇଥିବା ରୂପ କୁମାର ନାମକ ଜଣେ କର୍ମଚାରୀ। ରୂପ କୁମାରଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

Leave A Reply

Your email address will not be published.