ଆତଙ୍କବାଦୀଙ୍କ ବର୍ବର୍ କାଣ୍ଡ, ଘରେ ପଶି ମାରିଲେ ଗୁଳି

0

ଶ୍ରୀନଗର: ପୁଣି ଘାଟିରେ ଟାର୍ଗେଟ୍ କିଲିଂ। ଘରେ ପଶି ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ। ଏଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏଥିସହ ୯ ଜଣ ଆହତ ହୋଇଛନ୍ତି।

ଗତକାଲି ଜମ୍ମୁ-କଶ୍ମୀରର ରଜୌରୀର ସାଙ୍ଗରି ଗାଁରେ ଥିବା ତିନୋଟି ଘରେ ପଶି ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଜମ୍ମୁ ଏଡିଜି ମୁକେଶ ସିଂଙ୍କ ସୂଚନା ଅନୁସାରେ, ଧାଙ୍ଗରି ଗାଁରେ ଦୁଇ ଜଣ ଯୁବକ ଏକ କାର୍‌ରେ ଆସି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ଅକ୍ରମଣପରେ ଆତଙ୍କବାଦୀମାନେ କାର୍‌ରେ ଫେରାର ହୋଇଯାଇଥିବା କୁହାଯାଉଛି।

ଆହତଙ୍କୁ ଉଦ୍ଧାର କରି ରଜୌରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ କଲେଜର ଡାକ୍ତର ସୂଚନା ଦେଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରାଉ କରି ରଖିଛନ୍ତି।

Leave A Reply

Your email address will not be published.