ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ବୁଧବାର ତାଙ୍କୁ ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ସେ କ’ଣ ପାଇଁ ପ୍ରକୃତରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ରୁଟିନ ଚେକ ଅପ ପାଇଁ ସେ ହସ୍ପିଟାଲ ଯାଇଥିବା କୁହାଯାଉଛି। ସୋନିଆଙ୍କ ସହ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ହସ୍ପିଟାଲରେ ରହିଥିଲେ।
ସୂତ୍ର ଅନୁସାରେ, ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ସୋନିଆ ପୀଡ଼ିତ ଅଛନ୍ତି। ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ଏହି ଖବର ମିଳିବା ପରେ ଭାରତ ଯୋଡ଼ୋ ଯାତ୍ରା ଛାଡ଼ି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଦିଲ୍ଲୀ ଚାଲି ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଭାରତ ଯୋଡ଼ୋ ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିଥିଲା। ହେଲେ ୭ କିମି ଚାଲିବା ପରେ ଉଭୟ ରାହୁଲ ଓ ପ୍ରିୟଙ୍କା ମା’ଙ୍କ ପାଖକୁ ଫେରି ଆସିଥିଲେ।