ପ୍ରିୟତମା…

0

ସିଦ୍ଧ୍ୟା ମ୍ୟୁଜ଼ିକ ପ୍ରଯୋଜିତ ଆଉ ଏକ ମନଛୁଆଁ ମ୍ୟୁଜ଼ିକ ଭିଡ଼ିଓ ପ୍ରିୟତମାରିଲିଜ଼ ହେବାକୁ ଯାଉଛି | ଅନେକ ଦିନର ଅପେକ୍ଷା ର ଅନ୍ତ ଘଟାଇ “ପ୍ରିୟତମା” ଏଇ ମାସ ତଥା ଏପ୍ରିଲ ତାରିଖରେ ସିଦ୍ଧ୍ୟା ମ୍ୟୁଜ଼ିକ ୟୁଟ୍ୟୁବ ଚ୍ୟାନେଲ ନେଲରେ ରିଲିଜ ହେବାକୁ ଯାଉଛି | ପୁଣି ଥରେ ଓଡ଼ିଆଙ୍କ ପ୍ରଥମ ପସନ୍ଦ ହ୍ୟୁମାନ ସାଗର ଓ ହଁ ପ୍ରେମ ହେଲା ଗୀତରେ ପରିଚୟ ପାଇଥିବା ସନ୍ଧ୍ୟାରାଣୀ ପଟ୍ଟଯୋଷୀ ଙ୍କ ମିଳିତ କଣ୍ଠରେ ଶୁଣିବାକୁ ପାଇବେ ଏଇ ସୁନ୍ଦର ରୋମାଣ୍ଟିକ ଗୀତ | ଯୁବ ସଂଗୀତ ନିର୍ଦେଶକ ତଥା ଗୀତିକାର ସନ୍ଦୀପ ପଣ୍ଡା ଏହାର ସଂଗୀତ ନିର୍ଦେଶନା ଦେଇଥିବା ବେଳେ  ଓଡ଼ିଆ ଚଳଚିତ୍ର ଜଗତରେ ବହୁ ଖ୍ୟାତ ଅର୍ଜନ କରିଥିବା ନିର୍ଦେଶକ ରାଜେନ୍ଦ୍ର ମହନ୍ତ ଏହି ମ୍ୟୁଜ଼ିକ ଭିଡ଼ିଓଟିକୁ ଅତି ସୁନ୍ଦର ଭାବରେ ନିର୍ଦେଶନା ଦେଇଛନ୍ତି |

ଓଡ଼ିଆ ଆଲବମ ତଥା ଫିଲ୍ମ ଜଗତରେ ସୁନାମ ଅର୍ଜନ କରିଥିବା ଆପଣଙ୍କ ଅତି ପ୍ରିୟର ନାୟିକା ଶ୍ରଦ୍ଧା ପାଣିଗ୍ରାହୀ ଏଥିରେ ଏକ ନିଆରା ଢଙ୍ଗରେ ଅଭିନୟ କରିଥିବା ବେଳେ ତାଙ୍କ ସହ ଚର୍ଚ୍ଚାରେ ଥିବା ସିରିଏଲ ଦୁନିଆର ନାୟକ ଜ୍ୟୋତି ପ୍ରକାଶ ପଣ୍ଡା ଏଥିରେ ଅଭିନୟ କରିଛନ୍ତି | ତାଙ୍କ ଦୁହିଁଙ୍କ ଯୋଡିକୁ ସିରିଏଲ ହେଉ କିମ୍ବା ଆଲବମ ହେଉ ଦର୍ଶକମାନେ ଖୁବ ପସନ୍ଦ କରନ୍ତି | ଅତି ସୁନ୍ଦର ଗୀତ ସାଙ୍ଗକୁ ଏକ ନିଆରା କାହାଣୀ ନେଇ ସିଦ୍ଧ୍ୟା ମ୍ୟୁଜ଼ିକ ଓ ଟିମ ଦ୍ଵାରା ପ୍ରସ୍ତୁତ ଏହି ମ୍ୟୁଜ଼ିକ ଭିଡ଼ିଓଟି ନିଶ୍ଚିତ ଭାବେ ଆପଣଙ୍କ ମନୋରଞ୍ଜନ କରିବ |

Leave A Reply

Your email address will not be published.