ନୂଆ ସିନେମାର ଟ୍ରୁ ଲଭ୍ ଷ୍ଟୋରୀର ଶୁଭ ମହୁରତ ସରିଲା, ସୁଟିଂ ଆରମ୍ଭ 

0

ଭୁବନେଶ୍ୱର : ପ୍ରେମ ଫଗୁଣରେ ରଙ୍ଗୀନ ହେବ ଓଲିଉଡ । ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ସିନେମା, ଯାହାର ନାଁ ରହିଛି ‘ଟ୍ରୁ ଲଭ୍ ଷ୍ଟୋରୀ’ #2LS । ଜିତେନ୍ଦ୍ର ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ପ୍ରଡକ୍ସନ ସମ୍ଭାଳିଛନ୍ତି ବି.ଭି କୋଣ୍ଡା ରେଡ୍ଡି । ଭୀମ ବିଶ୍ୱ ଭୂଷଣ ସିନେମାରେ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଦୀପ, ତନୁଶ୍ରୀ, ଗୋଲ୍‌ଡି, ପ୍ରତ୍ୟୁଷା, ପୂଜା ଓ ଦୀପାଞ୍ଜଳି ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସିନେମା ‘ଟ୍ରୁ ଲଭ୍ ଷ୍ଟୋରୀ’ ଏଲ୍ ଏସ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏଲ ଶଙ୍କର । ବି ମାହେଶ୍ୱରୀ ସିନେମାର କାହାଣୀ ଲେଖିଥିବା ବେଳେ ଗୌତମ ଓ ୟେସବୁ ସହ ନିର୍ଦ୍ଦେଶନା ସମ୍ଭାଳିଛନ୍ତି । ସେହିଭଳି ଧିରେନ ଓ ଅନୀଲ ଡିଓପି ଦେଖୁଥିବା ବେଳେ ୟସ୍ ଡ୍ୟାନ୍ସ କମ୍ପାନୀ ଆସିଷ୍ଟାଣ୍ଡ ଡିଓପି ଦେଖିଛନ୍ତି । ଓଡିଆ, ହିନ୍ଦୀ ଓ ତେଲୁଗୁରେ ଫିଲ୍ମଟି ରିଲିଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱର ଆରସିଏମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସିନେମାର ଶୁଭ ମହୁରତ ହୋଇଥିବା ବେଳେ ସୁଟିଂ ମଧ୍ୟ ଆରମ୍ଭ ହୋଇ ଯାଇଛି ।

Leave A Reply

Your email address will not be published.