ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଗିରଫ ହେବା ପରେ ବର୍ଷିଲା ବିଜେପି। ପ୍ରେସମିଟ୍ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର କହିଛନ୍ତି, ଦିଲ୍ଲୀ ମଦ ଦୁର୍ନୀତି ନେଇ କେଜରିଓ୍ବାଲ, ସଞ୍ଜୟ ସିଂ ମିଛ କହୁଥିଲେ। ମନି ଲଣ୍ଡ୍ରିଂ ମାମଲାରେ ସଞ୍ଜୟ ସିଂ ଗିରଫ ହୋଇଛନ୍ତି। ସଞ୍ଜୟ ସିଂଙ୍କ ଘରୁ ଯଦି କିଛି ମିଳିନି, ତାହେଲେ ଗିରଫ କାହିଁକି ହେଲେ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଭ୍ରଷ୍ଟାଚାରର ଡନ୍ ପାଲଟିଛି। ସେଇମାନେ କହୁଥିଲେ ଆଇନ୍ ତା’ କାମ କରିବ। ଆଜି ପୁଣି ସେଇ ଆଇନକୁ ସମାଲୋଚନା କଣ ପାଇଁ? ସଞ୍ଜୟ ସିଂ ଦୀନେଶ ଆରୋରାକୁ ନିଜେ ଫୋନ କରିଥିଲେ’। ଦୀନେଶ ଆରୋରା ବହୁ ରହସ୍ୟର ଖୁଲାସା କରିଛି’। ପ୍ରଥମେ ଉପ-ମୁଖ୍ୟମନ୍ତ୍ରୀ ଆଉ ଏବେ ବନ୍ଧାହୋଇଛନ୍ତି ସାଂସଦ।