ନୂଆଦିଲ୍ଲୀ(ଆମ ଟିଭି): ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ସୋମବାର ସକାଳେ ପୂର୍ବ ଆଫଗାନିସ୍ତାନର ଦୁର୍ଗମ, ପାର୍ବତ୍ୟ ଅଞ୍ଚଳରେ ୪.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପରେ ପଥର ଓ କାଦୁଅରେ ନିର୍ମିତ ଘର ଭାଙ୍ଗିଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର ମାତ୍ରା ୪.୮ ଥିଲା। ଅଗଷ୍ଟ ୨୮ ରେ ସକାଳ ୧୦:୦୫ ରେ ଏହି ଭୂକମ୍ପ ଘଟିଥିଲା। ଭୂକମ୍ପର ଗଭୀରତା ୧୭୩ କିଲୋମିଟର ଥିଲା । ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଥିଲେ।
ଏହାପୂର୍ବରୁ ଏହି ମାସ ଅର୍ଥାତ୍ ଅଗଷ୍ଟ ୬ ରେ ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ୫.୨ ମାପ ବିଶିଷ୍ଟ ଏକ ଭୂକମ୍ପ ଆଫଗାନିସ୍ତାନର ଫାୟାଜାବାଦର ୧୯ କିଲୋମିଟର ଏସଏସଇରେ ରାତି ପ୍ରାୟ ୬:୫୩ ରେ ରେକର୍ଡ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଏହାର କେନ୍ଦ୍ର ଭୂମିଠାରୁ ୮୫ କିଲୋମିଟର ଗଭୀର ଅଟେ।