ସରିଲା ସର୍ବଦଳୀୟ ବୈଠକ, ଦିନକୁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ
ଭୁବନେଶ୍ୱର(ଆମ ଟିଭି): ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିଲା ସର୍ବଦଳୀୟ ବୈଠକ । ଏଥିରେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ, ବିଧାୟକ, ଯୋଗଦେଇଥିଲେ। ଏହି ବୈଠକରେ ଗଣତନ୍ତ୍ରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।
ସେପଟେ ଏଥର ବିଧାନସଭାର ଅଧିବେଶନ ୨ଟି ପର୍ୟ୍ୟାୟରେ ଚାଲିବ । ଦିନ ୧୦.୩୦ରୁ ସାଢେ ଗୋଟାଏ ଯାଏଁ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏଁ ଚାଲିବ ଗୃହ । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି । ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । ପୂର୍ବରୁ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ କାମ ଚଳା ବଜେଟ୍ ବା ଲେଖାନୁଦାନ ଆଗତ କରିଥିଲେ ଅର୍ଥମନ୍ତ୍ରୀ।