ଲଘୁଚାପ ପରେ ପୁଣି ଲଘୁଚାପ, ରାଜ୍ୟର ୩୦ ଜିଲ୍ଲାକୁ ବର୍ଷା ସତର୍କତା

0

ଭୁବନେଶ୍ବର: ଗୋଟିଏ ନ ଯାଉଣୁ, ଆସୁଛି ଆଉ ଗୋଟିଏ । ୨୦ରେ ପୁଣି ଏକ ଲଘୁଚାପ ସମ୍ଭାବନା ! ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ୨୦ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ସାନି ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ବର୍ତ୍ତମାନ ଏହାର ସ୍ପଷ୍ଟ ଚିତ୍ର ଆସିନାହିଁ ପରବର୍ତ୍ତୀ ସମୟରେ ଏ ନେଇ ସ୍ପଷ୍ଟ କରାଯିବ  ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବର୍ଷା ପାଇଁ ସାରା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୪ଟି ଜିଲ୍ଲାକୁ ଅରେଞ୍ଜ ଏବଂ ଅନ୍ୟ ୨୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଅନ୍ୟପଟେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ଆଜି ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ବର୍ଷା ନେଇ ସତର୍କ କରାଯାଇଛି। ଏଥିମଧ୍ୟରୁ ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ୨୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ରାସ୍ତାଘାଟରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନଦୀ ଓ ନାଳର ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଉଛି। ନୂଆ ଲଘୁଚାପ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଉଛି ।

 

Leave A Reply

Your email address will not be published.