ପୁଣି ନିରାଶ ହେଲେ ସଞ୍ଜୟ
ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିନି ଆଶ୍ୱସ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ବିଚାରପତି ଛୁଟିରେ ଚାଲି ଯାଇଛନ୍ତି। ଫଳରେ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି ୨୮ ତାରିଖ ଯାଏ ଘୁଞ୍ଚି ଯାଇଛି।
ଶୁକ୍ରବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଶ୍ରୀ ସିଂହ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ହେବାର ଥିଲା। କିନ୍ତୁ ବିଚାରପତି ଛୁଟିରେ ଥିବାରୁ ଶୁଣାଣି ସମ୍ଭବ ହୋଇପାରି ନାହିଁ। ତେଣୁ ସଞ୍ଜୟ ସିଂହଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ଗତ ମାସରେ ଇଡି ପକ୍ଷରୁ ସଞ୍ଜୟ ସିଂହଙ୍କ ଘରେ ରେଡ କରାଯାଇଥିଲେ। ଦୀର୍ଘ ଘଣ୍ଟାର ଜେରା ଓ ରେଡ୍ ପରେ ଇଡି ପକ୍ଷରୁ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଥିଲା।