ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଲେ ଏପରି…

0

କୋଲକାତା (ଆମ ଟିଭି): ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଏଥର ନେତାଜୀଙ୍କ ମୂର୍ତ୍ତୀ ଉନ୍ମୋଚନ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବୁଧବାର ଦିନ ତୃଣମୂଳ କଂଗ୍ରେସର ଏକ ବିଶେଷ ଅଧିବେଶନକୁ ସମ୍ବୋଧିତ କରିବା ବେଳେ ମମତା ବାନାର୍ଜୀ କହିଛନ୍ତି କି “ମୋତେ ଖରାପ ଲାଗୁଛି କି ଏବେ ଦିଲ୍ଲୀରେ ନେତାଜୀଙ୍କର ମୂର୍ତ୍ତୀ ଉନ୍ମୋଚନ କରାଯାଉଛି, ହେଲେ ପୂର୍ବରୁ ଯେଉଁ ନେତାଜୀଙ୍କର ପ୍ରତିମୂର୍ତ୍ତୀ ରହିଛି ତାହା ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଉ ନାହାଁନ୍ତି ” । ଏହାସହ ଜଣେ ସଚିବଙ୍କ ମାଧ୍ୟମରେ କେନ୍ଦ୍ର ସରକାର ନେତାଜୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନରେ ଯୋଗ ଦେବାକୁ ନିମନ୍ତ୍ରଣ କରିବାକୁ ନେଇ ମମତା କହିଛନ୍ତି କି ମୁଁ କଣ ସେମାନଙ୍କ ଚାକର ଯେ ନିମନ୍ତ୍ରଣ ପାଇ ସେଠାରେ ପହଂଚିଯିବି ।

କହିରଖୁ କି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁ ଉଦଘାଟନ କରିବା ସହ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କର ଏକ ଭବ୍ୟ ମୂର୍ତ୍ତୀ ଉନ୍ମୋଚନ କରିଛନ୍ତି । ହେଲେ ନେତାଜୀ ଆମର ବୋଲି ଦୀର୍ଘଦିନ ହେବ ପଶ୍ଚିମବଙ୍ଗ ଦାବି କରୁଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସାଧାରଣ ଭାବେ ଅମନ୍ତ୍ରୀତ କରାଯିବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.