ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସବୁ ମାମଲାରେ ଦୋଷମୁକ୍ତ

0

ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ସବୁ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦୁଇଟି ମାମଲାରେ ଦୋଷମୁକ୍ତ ଘୋଷଣା କରିଥିଲେ ନ୍ୟାୟାଳୟ। ଆଜି ତାଙ୍କୁ ଅନ୍ୟ ୩ଟି ମାମଲାରେ ନ୍ୟାୟାଳୟ ତାଙ୍କୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ଗ୍ରାମାଞ୍ଚଳ ଜେଏମଏଫସି କୋର୍ଟ। ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ ହୋଇଛନ୍ତି। ଏହାକୁ ସତ୍ୟର ବିଜୟ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଏଣେ ଏହି ଖବର ପ୍ରଚାରିତ ହେବା ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି।

ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଥିଲେ। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ୫ ଜଣ କହିଛନ୍ତି। ଗତମାସ ୧୮ ତାରିଖରେ ୩ ଜଣ ଓ ୧୦ ତାରିଖ ଦିନ ୨ ଜଣ ଏତଲାକାରୀ (ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ) କହିଥିଲେ ଯେ, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇ ନାହିଁ। ଗତମାସ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ ପ୍ରଦୀପଙ୍କ ଓକିଲ କହିଥିଲେ।
ସୂଚନାଯୋଗ୍ୟ, ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଥିଲେ। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ୫ ଜଣ କହିଛନ୍ତି। ଗତମାସ ୧୮ ତାରିଖରେ ୩ ଜଣ ଓ ୧୦ ତାରିଖ ଦିନ ୨ ଜଣ ଏତଲାକାରୀ (ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ) କହିଥିଲେ ଯେ, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇ ନାହିଁ। ଗତମାସ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ ପ୍ରଦୀପଙ୍କ ଓକିଲ କହିଥିଲେ।

Leave A Reply

Your email address will not be published.