ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ*
ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନିଜ ଅଭିନୀତ ଫିଲ୍ମ “ଭାରତ ଭାଗ୍ୟ ବିଧାତା” ର ପ୍ରିମିଅର୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଆଉ କିଛି ସମୟ ପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ (ସ୍ପେସିଆଲ୍ ସୋ)ରେ ଯୋଗଦେବେ। କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଦିଲ୍ଲୀ ଫେରିଯିବେ।
“ଭାରତ ଭାଗ୍ୟ ବିଧାତା” ହେଉଛି ସମାଜର ଅଗଣିତ ଅଜଣା ନାୟକଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର କାହାଣୀ। ଏହି ଫିଲ୍ମରେ ନର୍ସ, ୱାର୍ଡ ବୟ, ପରିମଳ କର୍ମଚାରୀ, ଲିଫ୍ଟ ଅପରେଟର, ସୁରକ୍ଷା କର୍ମୀ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଅସାଧାରଣ ଅବଦାନକୁ ଉପସ୍ଥାପିତ କରାଯାଇଛି, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ରୋଗୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିଥିଲେ।
ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ ଏହି ଚଳଚ୍ଚିତ୍ରଟି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରାୟ ୪୦୦ ଜଣଙ୍କ ଜୀବନ ରକ୍ଷା କରିଥିବା ହସ୍ପିଟାଲ କର୍ମଚାରୀଙ୍କ ବୀରତ୍ୱ ଓ ମାନବିକତାର କାହାଣୀକୁ ପରଦାରେ ଉପସ୍ଥାପନ କରିଛି।