୩ କଂଗ୍ରେସ ନେତାଙ୍କ ନାଁରେ ମାମଲା ରୁଜୁ

0

ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ବେଳେ ପ୍ରଚାର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଇ ଜଣେ ବ୍ୟବସାୟୀ ୧.୪୨ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୫ଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ଷ୍ଟିୟରିଂ କମିଟି ଅଧ୍ୟକ୍ଷ ଅଜୟ କୁମାର ଓ ସଦସ୍ୟ ବିଶ୍ୱରଞ୍ଜନ ମହାନ୍ତିଙ୍କ ନଁ।ରେ ଭରତପୁର ଥାନାରେ ଅକ୍ଟୋବର ୧୨ରେ ଆଇପିସି ଦଫା ୧୨୦ ବି, ୫୦୬ ଓ ୪୨୦ରେ ମାମଲା (ନଂ.୬୮୪/୨୦୨୪) ରୁଜୁ ହୋଇଛି।

ଅଭିଯୋଗକାରୀ ବ୍ୟବସାୟୀ ହେଲେ ଖଣ୍ଡଗିରିବାରିସ୍ଥିତ ପ୍ଲଟ୍‌ ନଂ.୧୨୧୫/୧୩୭୩ରେ ରହୁଥିବା ଆଶୁତୋଷ ମହାପାତ୍ର। ସେ ପ୍ରଥମେ ଭରତପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନ କରିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.