ବଦଳିଲା ଜନଗଣନା ସମୟ, ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନଗଣନା
ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନଗଣନା । ଗ୍ରୀଷ୍ମପ୍ରବାହକୁ ନେଇ ବଦଳିଲା ଜନଗଣନା ସମୟ । ରାଜସ୍ବ ବିଭାଗ ବଡ଼ ନିଷ୍ପତ୍ତି । ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ବ ବିଭାଗ ସଚିବଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି । ତେଣୁ ଖରାରୁ ଦୃଷ୍ଟିରେ ରଖିଜନଗଣନା ସମୟ ବଦଳାଇବା ନିଷ୍ପତ୍ତି ନେଇଛି ରାଜସ୍ବ ବିଭାଗ । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି । ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ।
ଅନ୍ୟପଟେ ଶୀଘ୍ର ଏନେଇ ଏସଓପି ପ୍ରକାଶ ପାଇବ । ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ସୁରକ୍ଷା ପାଇଁ ଆସିବ ନୂଆ SOP । ସେପଟେ ୨୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ସ୍କୁଲ କଲେଜ ବନ୍ଦ କରାଯାଇଛି । ହିଟ ୱେଭ ପାଇଁ ଆବଶ୍ୟକ ପଡ଼ିଲେ ଆଗକୁ ମଧ୍ୟ ସ୍କୁଲ ବନ୍ଦ ଅବଧି ବଢିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ।