ମମତା ବାନାର୍ଜୀଙ୍କ ଘରେ ସିଆଇଡ଼ି ଚଢ଼ାଉ
ମଙ୍ଗଳବାର ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟ ସ୍ଥିତ ବାସଭବନରେ ସିଆଇଡ଼ି ଚଢ଼ାଉ କରିଛି। ଏହାସହ ୩୦ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍ ସ୍ଥିତ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛି ସିଆଇଡ଼ି।
ତଥ୍ୟ ଅନୁସାରେ ଜାଲ ଦସ୍ତଖତ ମାମଲାରେ ସିଆଇଡ଼ି ଦଳ ମମତା ବାନାର୍ଜୀଙ୍କ ବାସଭବରେ ଚଢ଼ାଉ କରିଛନ୍ତି। ନିର୍ବାଚନରେ ପରାଜୟ ପରେ ପଶ୍ଚିମବଙ୍ଗ ବିଧାନସଭାରେ ଦାଖଲ ହୋଇଥିବା ଏକ ସରକାରୀ କାଗଜପତ୍ରରେ ଅନେକ ବିଧାୟକଙ୍କ ଦସ୍ତଖତ ଜାଲ ହୋଇଥିବା ଅଭିଯୋଗ ହୋଇଥିଲା। ଖୋଦ ତୃଣମୂଳ ବିଧାୟକଙ୍କ ପକ୍ଷରୁ ଅଭିଯୋଗ ମିଳିବା ପରେ ଏହି ମାମଲା ରୁଜୁ କରାଯାଇଥିଲା। ନିର୍ବାଚନରେ ପରାଜୟ ପରେ ବରିଷ୍ଠ ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଥିଲା ଟିଏମସି। ୭୮ଜଣ ଟିଏମସି ବିଧାୟକଙ୍କ ଦସ୍ତଖତ ପତ୍ର ବାଚସ୍ପତିଙ୍କ ନିକଟରେ ମଧ୍ୟ ଦାଖଲ କରାଯାଇଥିଲା। ଯାହାକୁ ନେଇ ଅଭିଯୋଗ ଆଣିଥିଲେ ଟିଏମସି ବିଧାୟକ ରିତବ୍ରତ ବାନାର୍ଜୀ।ଯେଉଁ କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ। ପରବର୍ତୀ ମୁହୂର୍ତ୍ତରେ ୬୦ ଜଣ ବିଧାୟକ ରିତବ୍ରତଙ୍କ ସହ ଯୋଗ ଦେଇ ଟିଏମସି ବିଧାୟକ ଦଳ ଭାଙ୍ଗିବା ସହ ରିତବ୍ରତଙ୍କୁ ବିରୋଧୀ ଦଳ ନେତା କରିଥିଲେ।