ସରକାରଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଠିକାଦାର*

0

ପୂର୍ତ୍ତ ସଚିବ ଶ୍ରୀ ସଞ୍ଜୟ ସିଂହ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୪୦୩୮ ମାଧ୍ୟମରେ ଠିକାଦାର ସଂଘର ଅନ୍ୟତମ ପ୍ରମୁଖ ଦାବିକୁ ଗ୍ରହଣ କରିଛନ୍ତି। ଏଣିକି WAMIS ପୋର୍ଟାଲରେ ଆଇଡି (ID) ସୃଷ୍ଟି କରାଯାଇ ସ୍ୱଳ୍ପକାଳୀନ ଦରପତ୍ର ଆହ୍ୱାନ ସୂଚନା (Short tender call notice) କୁ ନିୟମିତ କରାଯିବ। ଏହା ସହିତ ସିଡ୍ୟୁଲ୍ ଅଫ୍ ରେଟ୍ (Schedule of rate) ର ସଂଶୋଧନ ଏବଂ କମ୍ ମୂଲ୍ୟର ଦରପତ୍ର ପାଇଁ ଏପିଏସଡି (APSD) ପ୍ରଚଳନ ଭଳି ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟ ଅନୁମୋଦନର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ଏହି ଆଦେଶ ସମ୍ପର୍କରେ ସଂଘକୁ ଅବଗତ କରାଇବା ସହ ସଂଘର ଦୁଇଜଣ ଅନଶନକାରୀ ସଦସ୍ୟଙ୍କୁ ଫଳରସ ପିଆଇ ସେମାନଙ୍କର ଅନଶନ ଭଙ୍ଗ କରାଇଥିଲେ।

ଆଜି ଠିକାଦାର ସଂଘ‌ ପକ୍ଷରୁ ସରକାରଙ୍କୁ ଧନ୍ୟବାଦ ଦେବା ସହ ଏହି ଅନଶନ ଆନ୍ଦୋଳନକୁ ସମର୍ଥନ କରିଥିବାରୁ ଶ୍ରୀ ମିଶ୍ରଙ୍କୁ ସଂଘର ସମସ୍ତ ସଦସ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଏଓସିଏ (AOCA) ର ପ୍ରଭାତ ଦାସ, ଅନିଲ ମହାଲିକ, ଦିଲ୍ଲୀପ କୁମାର ଜେନା ଏବଂ ଇଲେକ୍ଟ୍ରିକାଲ୍ ଆସୋସିଏସନର ଆଶିଷ କୁମାର ସୋମ ଓ ଚନ୍ଦନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସଂଘର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଆନଦୋଳନକୁ ସରକାରଙ୍କ ନିକଟରେ ପହଞ୍ଚାଇଥିବାରୁ ସମସ୍ତ ସାମ୍ବାଦିକ ଓ ମିଡ଼ିଆ କୁ ସଂଘ ତରଫରୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରାଯାଇଛି।

Leave A Reply

Your email address will not be published.