ଏମ୍ କେ ଷ୍ଟାଲିନ ପୁଅଙ୍କ ବିବାଦୀୟ ବୟାନ

0

ଚେନ୍ନାଇ: ସନାତନ ଧର୍ମକୁ ମେଲେରିଆ ଓ ଡେଙ୍ଗୁ ସହିତ ତୁଳନା କରି ତାମିଲନାଡୁ ‘ଡିଏମ୍‌କେ’ ସରକାରଙ୍କ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ବିବାଦୀୟ ହୋଇପଡ଼ିଛନ୍ତି।

ଶନିବାର ଦିନ ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି।

ସେ କହିଲେ, ‘ସନାତନ ଧର୍ମ ବିରୋଧ’ ପରିବର୍ତ୍ତେ ସମ୍ମିଳନୀର ନାଁ ‘ସନାତନ ଧର୍ମ ଉଚ୍ଛେଦ’ ଦେଇଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି। ଏମିତି କିଛି କଥା ଅଛି ଯାହାକୁ ଖାଲି ବିରୋଧ କଲେ ଚଳିବ ନାହିଁ, ଉଚ୍ଛେଦ କରିବାକୁ ପଡ଼ିବ। ମଶା, ଡେଙ୍ଗୁଜ୍ବର, ମେଲେରିଆ, କରୋନା ଆଦିକୁ ବିରୋଧ କରାଯାଇ ପାରିବ ନାହିଁ। ସେସବୁ ବିଲୋପ କରିବାକୁ ପଡ଼ିବ। ସନାତନ ମଧ୍ୟ ସେହିପରି। ବିରୋଧ ନୁହେଁ ସନାତନ ବିଲୋପ ଆମର ମୁଖ୍ୟ କାର୍ଯ୍ୟ ହେବା ଉଚିତ।

Leave A Reply

Your email address will not be published.