ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କଲେ ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି
ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କଲେ ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି ।ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା । ପ୍ରୋଗ୍ରାମ ପାଇଁ ଡକାଇ ୩ ଘଣ୍ଟା ମଞ୍ଚ ତଳେ ବସାଇଲେ । ଷ୍ଟେଜ୍ ଉପରକୁ ଉଠିବାକୁ ଦିଆଗଲାନି । ଯେଉଁମାନେ ମୋତେ ନିମନ୍ତ୍ରଣ କରିଥିଲେ, ସେମାନେ ଧରାଛୁଆଁ ଦେଲେ ନାହିଁ । ମୋ ସହିତ ଯାଇଥିବା ଅନ୍ୟ ପିଲା ପଚାରିବାରୁ ପ୍ରୋଗ୍ରାମ ସରିଗଲା ବୋଲି କହିଲେ ଆୟୋଜନ କରିଥିବା କର୍ତ୍ତୃପକ୍ଷ । ତେଣୁ ବାଧ୍ୟ ହୋଇ ଆମେ ସେଠାରୁ ଫେରିଆସିଲି । ଯଦି ମଞ୍ଚକୁ ଚଢ଼ାଇବାର ନଥିଲା ତେବେ ଅଯଥାରେ ନିମନ୍ତ୍ରଣ କରି ଅପମାନିତ କରିବା ଠିକ୍ କଥା ନୁହେଁ ବୋଲି କ୍ଷୋଭର ସହ କହିଛନ୍ତି ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବଣ୍ଟି।
ଅନୁଗୁଳ ମହୋତ୍ସବ ପାଇଁ ଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଅନୁଗୁଳି ବଣ୍ଟି ଓରଫ ଫନି ଅନୁଗୁଳି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା । ୪ ଦିନ ଧରି ଚାଲିଥିବା ଉତ୍ସବରେ ଶନିବାର କମେଡି ପ୍ରଦର୍ଶନ ପାଇଁ ତାଙ୍କୁ କୁହାଯାଇଥିଲା । ସମ୍ମାନିତ କରାଯିବା ପାଇଁ ମଧ୍ୟ କୁହାଯାଇଥିଲା । ଶରୀର ଅସୁସ୍ଥ ଅର୍ଥାତ୍ ହାତ ଭାଙ୍ଗିଥିବା ଥିବା ସତ୍ତ୍ବେ ସେ ମହୋତ୍ସବରେ ପହଞ୍ଚିଥିଲେ । ଭାବିଥିଲେ ଅନୁଗୁଳବାସୀଙ୍କ ମୁହଁରେ ଟିକିଏ ହସ ଫୁଟାଇବେ ବୋଲି । ହେଲେ ମହୋତ୍ସହ କର୍ତ୍ତୃପକ୍ଷ ତାଙ୍କୁ ଅସମ୍ମାନିକ କରିଥିବା ସେ ଅଭିଯୋଗ କରିଛନ୍ତି ।