ଚର୍ଚ୍ଚାରେ ଧର୍ମେନ୍ଦ୍ରଙ୍କ କୌରବ ଉପାଖ୍ୟାନ

0

ଭୁବନେଶ୍ୱର(ଆମ ଟିଭି): ଧର୍ମେନ୍ଦ୍ର ପ୍ରଧାନ ଓ ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଖୁବ ଚର୍ଚ୍ଚା । ଚର୍ଚ୍ଚା ପଛରେ କାହାଣୀ କିଛି ଏମିତି । ମଞ୍ଚ ଥିଲା ଦିଲ୍ଲୀର ପ୍ରେସ ବ୍ଲକ୍, ଅବସର ଥିଲା ପୁସ୍ତକ ଉନ୍ମଚୋନ । ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ଭର୍ତୃହରି ମହତାବ । ସଭାମଞ୍ଚରେ ଭାଷଣ ଦେଉ ଦେଉ- ମହାଭାରତର ‘କୌରବ’ ଉପାଖ୍ୟାନର ପେଡ଼ି ଖୋଲିଥିଲେ କେନ୍ଦ୍ରମନ୍ତ୍ରୀ । କଟକ ସାଂସଦ ଭର୍ତୃହରି ମହତାବଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ- ୬ ଥରର ସାଂସଦଙ୍କୁ କେହିଜଣେ କହିଛନ୍ତି ଯେ, ସେ କାଉନସିଲର ଭାବେ ମଧ୍ୟ ଜିତିପାରିବେନି । ଏକଥା ରାଜନୀତିରେ ମଝିରେ ମଝିରେ ହୁଏ । କିନ୍ତୁ ଭର୍ତ୍ତୃହରିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆଦର ରହିଛି ।

ସେ, ହେଉଛନ୍ତି ଭୀଷ୍ମ ପିତାମହ । ଇଚ୍ଛାମୃତ୍ୟୁ ହେଲେ ସେ ଘରକୁ ଯିବେ । ସେ ଆହୁରି କହିଥିଲେ, ଓଡିଶାର କୌରବ ସେନା ଯେତେ ଚିକ୍ରାର କଲେ ବି ସେ ତାକୁ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ । କୌରବ ସେନା ଯାଜ୍ଞସେନୀ ପଢିନାହାନ୍ତି ତେଣୁ ମହିଳା ସମ୍ବେଦନଶୀଳତାକୁ ବୁଝିପାରନ୍ତି ନାହିଁ ବୋଲି ତାତ୍ସଲ୍ୟ କରିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ ଉପରେ ଭର୍ତୃହରି ସିଧାସଳଖ କିଛି କହିନଥିଲେ । କେବଳ କହିଥିଲେ, ସେଦିନ ଗାନ୍ଧୀଜୀ ଓଡିଶାର ଭୟ ଦୂର କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ତାଙ୍କ ଭୟ ବିଷୟରେ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.