ଭୁବନେଶ୍ୱର : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ ଦୁର୍ବଳ ହୋଇଥିବା ମୌସୁମୀ ସକ୍ରିୟ ହେବ । ମୌସୁମୀ ବାୟୁ ସକ୍ରିୟ ହେବା ସହ ଆଗକୁ ବଢ଼ିବାରେ ଏହା ସାହାଯ୍ୟ କରିବ।
ସେପଟେ ଆରବ ସାଗରରେ ଲଘୁଚାପ ସମ୍ଭାବନା । IMD ପକ୍ଷରୁ ଉତ୍ତର ଭାରତ ମହାସାଗର ଅଞ୍ଚଳ ପାଇଁ ‘ସାଇକ୍ଲୋନ୍ ୱାଚ୍’ ଜାରି ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମୁଦ୍ରରେ ଲଘୁଚାପ ବା ଅବପାତ ସୃଷ୍ଟି ହେବାର ସ୍ୱଳ୍ପରୁ ମଧ୍ୟମ ଧରଣର ସମ୍ଭାବନା ରହିଛି। ବିଶେଷ କରି ଆରବ ସାଗର ଉପରେ ପାଣିପାଗ ବିଭାଗ ନଜର ରଖିଛି। ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।