କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ, ଆଶୀଷ ସିଂ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

0

ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ତାଙ୍କ ନିଲମ୍ବନଙ୍କ ତତ୍କାଳ ହଟାଇ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି।

ସେହିପରି ଅନ୍ୟତମ ଆଇପିଏସ ଅଧିକାରୀ ଆଶିଷ ସିଂ ଶାରୀରିକ ଓ ମାନସିକ ସୁସ୍ଥ ଥିବା ଏମ୍ସ ଭୁବନେଶ୍ୱର କହିଛି। ତେବେ ଭୁଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇଥିବା ଆଶୀଷ ସିଂ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆଶିଷ ଫିଟ୍ ଥିବା ECIଙ୍କୁ ଜଣାଇଥିଲେ AIIMS କର୍ତ୍ତୃପକ୍ଷ। ଏହାପରେ ଆଶିଷ ସିଂଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

Leave A Reply

Your email address will not be published.