ରାହୁଲ ହୁଅନ୍ତୁ ବିରୋଧୀ ଦଳ ନେତା: ଏମପିଙ୍କ ଦାବି

0

ଲୋକ ସଭା ନିର୍ବାଚନର ଫଳାଫଳ ପରେ ଶନିବାର ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଦଳର ସମସ୍ତ ନବ ନିର୍ବାଚିତ ସାଂସଦ ଏହି ବୈଠକରେ ଯୋଗ ଦେଇଛନ୍ତି। ଏହି ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଯୋଗ ଦେଇଛନ୍ତି। ବୈଠକରେ ଯୋଗ ଦେଇଥିବା ଅଧିକାଂଶ ଏମପି ରାହୁଲ ଗାନ୍ଧୀଙ୍କୁ ବିରୋଧୀଦଳର ନେତା କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ୯୯ଟି ସିଟ ଜିତି ଭାଜପା ପରେ ଏଥର କଂଗ୍ରେସ ଦ୍ୱିତୀୟ ବୃହତ୍ତମ ଦଳ ହୋଇପାରିଛି।

ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ଆନୁଷ୍ଠାନିକ ଭାବରେ ବିରୋଧୀଦଳର ନେତା ମାନ୍ୟତା ପାଇବେ। ବିରୋଧୀ ଦଳର ନେତା ହେବାକୁ ହେଲେ ସର୍ବ ବୃହତ ବିରୋଧୀ ଦଳ ନିଶ୍ଚିତ ଭାବରେ ମୋଟ ସିଟ ମଧ୍ୟରୁ ଅତିକମରେ ଦଶ ପ୍ରତିଶତ ଅର୍ଥାତ୍‌ ୫୫ ଟି ସିଟ ରହିବା ଆବଶ୍ୟକ। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହି ପଦ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି । ତେବେ ଦଳ ଭିତରୁ ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି ଯେ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ଭାବରେ ଦାୟିତ୍ୱ ଗ୍ରହଣ କରିବେ।

 

 

 

Leave A Reply

Your email address will not be published.