ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି
ଭୁବନେଶ୍ୱର (ଆମ ଟିଭି):ପୁଣି ବଢ଼ିଲା ନେଇ ନମ୍ବର ପ୍ଲେଟ ଆବଧି । ନମ୍ୱର ପ୍ଲେଟ୍ (ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍) ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର। ଆଉ ମାସେ ଅବଧି ବଢ଼ାଇବାକୁ ରାଜ୍ୟ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କଲେ ସରକାର।
ପରିବହନ ବିଭାଗ ସୂଚନା ଅନୁସାରେ ନମ୍ୱର ପ୍ଲେଟ୍ର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ ରହିବ। ସେହିପରି ୫, ୬ ଥିଲେ ଡିସେମ୍ବର ୩୧ ଓ ୭, ୮ ଥିଲେ ଜାନୁଆରୀ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହାଛଡ଼ା ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ, ଫେବ୍ରୁଆରୀ ୨୮ ଶେଷ ତାରିଖ ରହିବ। ରାଜ୍ୟ ପରିବହନ ବିଭାଗ ନେଇ ସୂଚନା ଦେଇଛି।