ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ବାଲେଶ୍ଵର: ପୁରୀରୁ ହାଓ୍ଵଡ଼ା ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ ହଠାତ୍ ନିଆଁ ଲାଗିଯିବାରୁ ଆତଙ୍କ ସୃଷ୍ଟି ହୋଇଛି । ବାଲେଶ୍ଵର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଜୀବନ ବିକଳରେ ଟ୍ରେନରୁ ଓହ୍ଲାଇ ଧାଇଁଲେ ଯାତ୍ରୀ । ସୌଭାଗ୍ୟ ବଶତଃ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଟ୍ରେନର ଇଂଜିନ ପାଖରେ ଥିବା ଏକ ବଗି ଭିତରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ସେଠାରୁ ଧୂଆଁ ବାହାରିଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ ।

 

ସମୟପୋଯୋଗୀ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇପାରିଛି । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହାତ କିମ୍ବା ହତାହତ ହୋଇନାହାନ୍ତି । କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁଁ ଧଉଳି ଏକ୍ସପ୍ରେସକୁ ମାର୍କୋଣା ଷ୍ଟେସନରେ କିଛି ସମୟ ପାଇଁ ଅଟକାଇ ରଖାଯାଇଛି । ସୁରକ୍ଷା ଜାଞ୍ଚ ଏବଂ ବୈଷୟିକ ଯାଞ୍ଚ ଶେଷ ହେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବ ।

Leave A Reply

Your email address will not be published.