କେମିତି ଏ ସମ୍ପର୍କ” ର ସଫଳତା ପାଇଁ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ*

0

ଜେଜେଏନଜେ ବ୍ୟାନର ରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” ଫେବୃୟାରୀ ୯ରେ ଶୁଭମୁକ୍ତି ହେବ l ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି l ଏହି ଅବସରରେ ପ୍ରଯୋଜକ ରୁପେଶ କୁମାର ନାୟକଙ୍କ ସହିତ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ପୁରୀ ଶ୍ରୀମନ୍ଦିର ରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପ୍ରଭୂ ଜଗନ୍ନାଥ ଙ୍କୁ ଅର୍ପଣ କରିଥିଲେ l ଚଳଚ୍ଚିତ୍ର ର ପ୍ରଚାର ପାଇଁ ଟିମ୍ ବ୍ରହ୍ମପୁର ସମେତ ଅନେକ ସହର ର ବିଭିନ୍ନ ସ୍ଥାନକୁ ଯାଇ ଫ୍ୟାନ ଫୋଲର୍ସ ଙ୍କ ସହିତ ମିଶି ସିନେମା ର ପ୍ରୋମସନ ରେ ଲାଗିପଡିଛନ୍ତି l ଚଳଚ୍ଚିତ୍ର କେମିତି ଏ ସମ୍ପର୍କ ସମଗ୍ର ଓଡିଶା ର ୩୦ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ l ତେଣୁ ଦର୍ଶକ ଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳୁଛି l

ସିନେମା ର କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର । କାହାଣୀ ରେ ଯେମିତି ରହସ୍ୟ ରୋମାଞ୍ଚ ଭରିରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର l ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର l ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ l ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ l ସମ୍ପାଦନା ରାଜେଶ ଦାସ l କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫି ରେ ଲୁବୁନ ଟୁବୁନ,ଭିଏଫକ୍ସ ଦାୟିତ୍ବ ରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l ଅନ୍ୟାନ୍ୟ ଭୂମିକା ରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି l

ତେବେ ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମ କୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି କେମିତି ଏ ସମ୍ପର୍କ କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ନିର୍ଦ୍ଦେଶକ ଓ ପ୍ରଯୋଜକ ଆଶାବାଦୀ l

Leave A Reply

Your email address will not be published.