ପରଲୋକରେ ପୂର୍ବତନ ବିଧାୟକ ଆୟୁବ ଖାନ
ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ। ଗତ ବିଜେଡି ସରକାର ସମୟରେ ସେ ଦୁଇ ଥର ବିଧାୟକ ଥିଲେ। ଆୟୁବ ଖାନ ନୂଆପଡ଼ା ଓ କଣ୍ଟାବାଞ୍ଜି ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି ।